ସିମୁଳିଆ: ବଡ଼ପୋଖରୀ ଅଂଚଳ ରେ ନକଲି ବିଦେଶୀ ମଦ ତିଆରି ସ୍ଥାନ ଉପରେ ଅବକାରୀ ବିଭାଗ ର ଚଢ଼ାଉ, ଜଣେ ଗିରଫ
ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ ତିଆରି ସ୍ଥାନ ଉପରେ ଚଢ଼ାଉ, ଜଣେ ଗିରଫ ସମେତ ମଦ ତିଆରି ରେ ବ୍ୟବହୃତ ସାମଗ୍ରୀ ଜବଦ l ନୀଳଗିରି ଅବାକାରି ରେଞ୍ଜ ଅଧିକାରୀ କେଶବ ଚନ୍ଦ୍ର ଦାସ ଓ ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ଙ୍କ ମିଳିତ ନେତୃତ୍ୱ ରେ ଔପଦା ବ୍ଲକ ବଡ଼ପୋଖରୀ ଅଂଚଳ ରେ ମନୋଜ କୁମାର ବେହେରା ନିଜ ଅଂଚଳ ରେ ବେଆଇନ ନକଲି ବିଦେଶି ମଦ ତିଆରି କରୁଥିବା ନେଇ ଖବର ପାଇ ଅଚାନକ ଚଢ଼ାଉ ବେଳେ 100ଲିଟର ରୁ ଅଧିକ ସ୍ପିରିଟ, କର୍କ, ଠିପି, ରଙ୍ଗ ସମେତ ଶତାଧିକ ମଦ କାଚ, ଓ ଗୋଟିଏ ଇଣ୍ଡୋଗ କାର ଜବଦ କରିଛନ୍ତି l ଆଜି ମନୋଜ କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l