ଛତ୍ରପୁର: ପୀତବାସ ପଣ୍ଡା ହତ୍ୟା ମାମଲା, ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଗିରଫ ନେଇ ନିଜ କାର୍ଯ୍ୟାଳୟରେ ବ୍ରହ୍ମପୁର ଏସପିଙ୍କ ସୂଚନା
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡିଗଞ୍ଜାମଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୁଲିସ। ବୁଧବାର ମଧ୍ୟାହ୍ନରେ ବ୍ରହ୍ମପୁର ଏସପି ନିଜ କାର୍ଯ୍ୟାଳୟରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ଖୁଲାସା କରିଛନ୍ତି ।ମାମଲାରେ ଆଜି ମୋଟ ୧୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧିକ ତଦନ୍ତ ଜାରି ରହିଛି।