ବଲାଙ୍ଗୀର: ରମାଇ ଟକିତ୍ ନିକଟରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ପରିଚୟ ନେଇ ତଦନ୍ତ ଜାରି
ବଲାଙ୍ଗୀର ସହର ରମାଇ ଟକିତ୍ ନିକଟରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ମୃତକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ହୋଇଥିବା ଅନୁମାନ କରାଯାଉଛି, ଯଦିଓ ଏପର୍ଯ୍ୟନ୍ତ ସଠିକ୍ ପରିଚୟ ମିଳିନାହିଁ। ଶବକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ଏବଂ ସଠିକ୍ ପରିଚୟ ଖୋଜିବାକୁ ଚେଷ୍ଟା ଚାଲିଛି। ବୋଲି ପୋଲିସ ଆଜିରେ ସୂଚନା ଦେଇଚି