ମୋରଡ଼ା ନିର୍ବାଚନ ମଣ୍ଡଳୀ ରାସଗୋବିନ୍ଦପୁର, ଶୁଳିଆପଦା ଓ ମୋରଡ଼ା ବ୍ଲକ୍ ର ୧୫ ଜଣ ଭିନ୍ନକ୍ଷମଙ୍କୁ ବାରିପଦାର ସର୍କିଟ ହାଉସ ଠାରେ ରବିବାର ଦିନ ପ୍ରାୟ ୧୧ ଟାରେ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର। ଏହା ସହିତ କୋକାକଲା କମ୍ପାନୀ ତରଫରୁ ବାରିପଦା ମ୍ୟୁନିସିପାଳିଟି କୁ ଦିଆଯାଇଥିବା ୨ଟି ବେଟେରୀ ଚଳିତ ଅଟୋର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏନେଇ ସେଠାରେ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।