ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଅନ୍ତର୍ଗତ ବିଭିନ୍ନ ସେବା ମୂଳକ କାର୍ଯ୍ୟଗୁଡ଼ିକର ଆଲୋଚନା ତଥା ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିରୀକୃତ ନେଇ ଶନିବାର ଅପରାହ୍ନ ପ୍ରାୟ ୪ଟାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ଅଧ୍ଯକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷରେ ବୈଠକ ଆୟୋଜିତ ହୋଇଥିଲା।