ଧର୍ମଗଡ: କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଛତିଶଗଡ଼ ସୀମାନ୍ତ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଦୁଇଟି ପାହାଡ଼ ପାଦ ଦେଶରେ ଅବସ୍ଥିତ କାଙ୍କେରୀ ଗାଁ ର ଇଷ୍ଟ ଦେବତା ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା ବୁଧବାର ଅପରାହ୍ନ ୩ ଟା ରେ ପାଳିତ ହାଇଯାଇଛି।ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା ପାଇଁ ସମଗ୍ର ଗାଁ ଚଳଚଞ୍ଚଳ ହୋଇପଡ଼ିଥିଲା ।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଏବଂ ନବରଙ୍ଗପୁର ପୂର୍ବତନ ଲୋକସଭା ସାଂସଦ ରମେଶ ମାଝୀ ପ୍ରଭୁ ବୁଢାରଜା ଙ୍କ ଦର୍ଶନ କରିଥିଲେ।