ଜୟପୁର: ଦୁଇଗୋଷ୍ଠୀ ମଧ୍ୟରେ ଗୋଷ୍ଠି ସଙ୍ଘର୍ଷ ମାମଲା,ଗୋପବନ୍ଧୁ ନଗର ଅଞ୍ଚଳର ୩ଜଣ ଅଭିଯୁକ୍ତ କୁ ଗିରଫ କଲା ଜୟପୁର ଟାଉନ ପୋଲିସ
ଜୟପୁର ଗୋପବନ୍ଧୁନଗର ଓ ବାପୁଜୀନଗର ଦୁଇଗୋଷ୍ଠୀ ମଧ୍ୟରେ ଗତ ଶୁକ୍ରବାର ପାରିବାରିକ ବିବାଦକୁ ନେଇ ଗୋଷ୍ଠି ସଙ୍ଘର୍ଷ ସୃଷ୍ଟି ହୋଇଥିଲା। ଗତକାଲି ଟାଉନଥାନା ପକ୍ଷରୁ ଗୋପବନ୍ଧୁ ନଗର ଅଞ୍ଚଳର ୩ଜଣ ଆକ୍ରମଣକାରୀଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ଆଉ ୩ ଜଣକୁ ଗିରଫ କରି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ରାହୁଲ ପୂଜାରୀ,,ବାଦଲ ନାଗ,,ବିଶାଲ ନାଗ । ଏନେଇ ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି l