କବିସୂର୍ଯ୍ୟନଗର: .କୋଦଳା ବସ ଷ୍ଟାଣ୍ଡ ନିକଟରୁ ଜଣେ ମଦ୍ୟପ ଚାଳକ କୁ ଅଟକ ସହ ବାଇକ କୁ ଜବତ କଲା କୋଦଳା ପୋଲିସ
ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ବୁଧବାର ରାତ୍ର 8 ଘଣ୍ଟ ସମୟରେ କୋଦଳା ବସ ଷ୍ଟାଣ୍ଡ ନିକଟରୁ ଜଣେ ମଦ୍ୟପ ଚାଳକଙ୍କୁ ଅଟକ ସହ ବାଇକ କୁ ଜବତ କରିଛି । ମଦ୍ୟପ ଚାଳକ ହେଲେ ଏହି ଥାନା ଅନ୍ତର୍ଗତ ସାତନଳ ଗ୍ରାମର ସୁରେନ୍ଦ୍ର ବେହେରା ଙ୍କ ପୁଅ ପିଣ୍ଟୁ ବେହେରା । କୋଦଳା ରାସ୍ତାରେ ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ମଦ ପିଇ ଥିବା ଜଣାପଡିବା ପରେ ପିଣ୍ଟୁ ଙ୍କୁ ଅଟକ ସହ ବାଇକ ନମ୍ବର OD 02 DC 8259 କୁ ଜବତ କରି ଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।