ବାରିପଦା ସ୍ଥିତ ଐତିହାସିକ ଛଉ ପଡିଆରେ ଆଜିଠାରୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହେଲା "୮ମ ବର୍ଷ ମୟୂରଭଞ୍ଜ ମହୋତ୍ସବ"।ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଗାୟକ ସୌରଭ ଭରଦ୍ୱାଜ ଓ ଗାୟିକା ଅସୀମା ପଣ୍ଡାଙ୍କ ସହ ଅନ୍ୟାନ୍ୟ କଳାକାର ମାନଙ୍କ ସୁମଧୁର ଗୀତରେ ବିଳମ୍ବିତ ରାତି ପ୍ରାୟ ୧୧ଟା ଯାଏଁ ଦର୍ଶକ ମାନେ ଝୁମିଥିଲେ। ଏହାସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।