ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମାନବୀୟ ପଦକ୍ଷେପ “ସ୍ନେହ ସେତୁ” ଅଭିଯାନ ଫଳରେ ବିହାରର କଟିହାର ଜିଲ୍ଲାର ମାନସିକ ଅସୁସ୍ଥ ଟୁନଟୁନ ଓରାମ ୯ ମାସ ପରେ ନିଜ ପରିବାର ସହ ପୁନଃମିଳିତ ହୋଇଛନ୍ତି। ‘ମିଶନ ଆଶାଲୋକ-୧’ ଅଧୀନରେ ଚିକିତ୍ସା ପାଇଥିବା ଟୁନଟୁନଙ୍କ ପରିବାରକୁ ଖୋଜିବାରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ବ୍ୟକ୍ତିଗତ ପ୍ରୟାସ ମୁଖ୍ୟ ଭୂମିକା ନିଭାଇଥିଲା। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି ମାନବୀୟ ପୁନଃମିଳନ ସଫଳ ହୋଇଛି।