ରାଇରଙ୍ଗପୁର ସହର: ଗୁହାଳଡ଼ାଙ୍ଗରି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମୀକ୍ଷା କଲେ ବିଡ଼ିଓ
ବୁଧବାର ଅପରାହ୍ନ ପ୍ରାୟ ୧ ଟାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୁହାଳଡ଼ାଙ୍ଗରି ଗ୍ରାମ ପଞ୍ଚାୟତ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି ବିଡିଓ। ତେବେ ବିଡିଓ ଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ତେବେ ହେଉଥିବା କାର୍ଯ୍ୟର ଗୁଣବତ୍ତା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ସମାପ୍ତ କରିବା ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ପ୍ରଦାନ କରିଥିବା ନେଇ ଜଣାପଡିଛି।