କବିସୂର୍ଯ୍ୟନଗର: କୋଦଳା ସ୍ଵର୍ଣମୟୀ ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା ସ୍ଥିତି ସ୍ଵର୍ଣମୟୀ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଦଳା ପୌରାଧକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ କୋମଳମତି ଶିଶୁ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଲକ୍ଷ ବୋଲି କହିଥିଲେ । ପାଠ ପଡିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ୟାନ୍ୟ ପ୍ରତିଭା ର ବିକାଶ ମଧ୍ୟ ଆବଶ୍ୟକ ରହିଛି । ଅଧକ୍ଷଙ୍କୁ ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଧନା ଦେବା ସହ ପାଛୋଟି ନେଇଥିଲେ ।