ଛତ୍ରପୁର: ନବରାତ୍ରି ପୂଜା ଦେଖି ଫେରିବା ବେଳେ ବାହୁଦା ନଦୀ ପାର ହେଉଥିବା ବେଳେ ଘଟିଲା ଅଘଟଣ, ୩ଜଣଙ୍କ ମୃତ୍ୟୁ
ଗଂଜାମ ଜିଲ୍ଲା କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ ମା, ଝିଅ ଓ ନାତିଙ୍କ ମୃତ୍ୟୁ ଘଟିଛି। ମଂଗଳବାର ଅପରାହ୍ନରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି।