ଓଡିଶା ରାଜ୍ୟ ପୁଲିସ୍ ମୁଖିଆ ଶନିବାର ଭଞ୍ଜନଗର ଗସ୍ତ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି। ପୁଲିସ୍ ଡିଜି ୱାଇ ବି ଖୁରାନିଆ ବୌଦ୍ଧ ଓ କନ୍ଧମାଳ ଗସ୍ତ ସାରିଥିବା ବେଳେ ଶନିବାର ଅପରାହ୍ନରେ ଭଞ୍ଜନଗର ଠାରେ ପହଞ୍ଚିଥିଲେ। ବନ ବିଶ୍ରମାଗାରରେ ପହଞ୍ଚିବା ପରେ ସେଠାରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଦିଗ ନେଇ ଆଲୋଚନା କରିଥିଲେ।ପରେ ଡିଜି ତନରଡା ସ୍ଥିତ ଅଷ୍ଟମ ଭାରତ ସଂରକ୍ଷିତ ବାହିନୀ କେନ୍ଦ୍ର ପରିଦର୍ଶନକୁ ଯାଇଥିଲେ। ସେଠାରେ ବାଟାଲିଆନ ବୁଲିବା ସହ ସେଠାରେ ଏକ ଅତ୍ୟାଧୁନିକ ବ୍ୟାୟମଶାଳାକୁ ଉଦ୍ଘାଟନ କରିଥିଲେ।