ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଅଦିନିଆ କିଛି ସମୟର ବର୍ଷା ଓ ପବନରେ ଫସଲ ଉଜୁଡିଯାଇଥିବାର ଅଭିଯୋଗ
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଅଦିନିଆ କିଛି ସମୟର ବର୍ଷା ଓ ପବନରେ ଫସଲ ଉଜୁଡିଯାଇଥିବାର ଅଭିଯୋଗ ହୋଇଛି । ଚାଷ ଜମିରେ ଧାନ ଗୁଡିକ ପବନରେ ଶୋଇପଡିଥିବାର ଦୃଶ୍ଯ ଆଜି ଦିନ 11 ଘଣ୍ଟ ସମୟରେ ଦେଖିବାକୁ ମିଳିଥିବା ବେଳେ ଚାଷୀ ମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏଥିସହ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି ଚାଷୀ ମାନେ ।