ଆଗଲପୁର ବ୍ଲକ ଅନ୍ତର୍ଗତ ରଫାଖାଳ ଗ୍ରାମର ସୁଦର୍ଶନ ଯୋଗାଆଶ୍ରମ ପରିସରରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ମକର ମେଳା ଉତ୍ସବମୁଖର ପରିବେଶରେ ସଫଳତାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ପ୍ରତିନିଧି ପିତାମ୍ବର କଣ୍ଟା ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ସୁସ୍ଥ ଜୀବନ ପାଇଁ କାମନା କରିଥିଲେ। ମେଳାକୁ କେନ୍ଦ୍ର କରି ଧାର୍ମିକ ଆନୁଷ୍ଠାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ଯାହାରେ ସମଗ୍ର ଅଞ୍ଚଳ ଆନନ୍ଦମୟ ପରିବେଶରେ ମୁଗ୍ଧ