ସୋର: ସୋର ବ୍ଲକ ସଭାଗୃହରେ ସଫେଇମିତ୍ର ସୁରକ୍ଷା ଶିବିର ଓ ୱେଷ୍ଟ ଟୁ ଆର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Soro, Balasore | Sep 24, 2025 ସୋର ବ୍ଲକ ସଭାଗୃହରେ ସ୍ୱଚ୍ଛ ଉତ୍ସବ ପାଳନ ଅବସରରେ ସଫେଇ ମିତ୍ର ସୁରକ୍ଷା ଶିବିର ଏବଂ ୱେଷ୍ଟ ଟୁ ଆର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ଜିଲ୍ଲା ଜଳ ପରିମଳ ମିଶନ, ବାଲେଶ୍ୱର ତରଫରୁ ଅନୁଷ୍ଠିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ଵଛ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିମଳ ଅଧିକାରିଣୀ ସ୍ବର୍ଣ୍ଣଲତା ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସୋର ବିଡ଼ିଓ ସତ୍ୟନାଥ ନାୟକ ଉପସ୍ଥିତ ଥିଲେ।