ଲୋକ ଗୀତ ଗାୟିକା ପ୍ରସିଦ୍ଧ ଘୁଡୁକା କଳାକାର କୁନି ଛତ୍ରିଆଙ୍କ ପରଲୋକ। ସାତ ଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା। ପ୍ରଥମେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ବସ୍ଥାରେ ତାଙ୍କର କୌଣସି ସୁଧାର ଆସି ନ ବାରୁ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଗମନ ଘଟିଛି। ସେ ତୁଷୁରା ଭଳି ଛୋଟ ଅଞ୍ଚଳରୁ ବାହାରି ରାଜ୍ୟ,ଦେଶ ତଥା ଦେଶ ବାହାରେ ମଧ୍ୟ ତାଙ୍କର କଳା ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ। ତେବେ କଳା ଜଗତ ପାଇଁ ଏହା ଏକ ବିରାଟ କ୍ଷତି ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ