ବାମରା ବନ ବିଭାଗ ସଭାଗୃହ ଠାରେ ବନଖଣ୍ଡ ସ୍ତରୀୟ ଏକ ଜଙ୍ଗଲ ଓ ବନ୍ୟପ୍ରାଣୀ ଆଇନ କୁନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ରବିବାର ଦିନ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବାମରା ଡିଏଫଓ ବିକ୍ରମ ଦେବ ପଟ୍ଟନାୟକଙ୍କ ସଭାପତିତ୍ବରେ ଅଧିବକ୍ତା ଅଶୋକ କୁମାର ପଟ୍ଟନାୟକ ଓ ରବୀନ୍ଦ୍ର ନାୟକ ବକ୍ତା ଭାବେ ଯୋଗ ଦେଇ ବନ ବିଭାଗ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଜଙ୍ଗଲ ଓ ପ୍ରାଣୀ ସୁରକ୍ଷା ଆଇନ ଉପରେ ଆଲୋଚନା କରିବା ସହ ସନ୍ଶୋଧିତ ଆଇନ ନେଇ ମାର୍ଗଦର୍ଶନ କରିଥିଲେ।