କଣ୍ଟାବାଞ୍ଜି: ଧୂବାପଡା ଠାରେ ଅବକାରୀ ବିଭାଗର ଚଢ଼ାଉ; ବିଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତ ଗିରଫ
କଣ୍ଟାବାଞ୍ଜି ଅବକାରୀ ସ୍ଥାନୀୟ ଧୂବାପଡା ଠାରେ ବେଆଇନ ଭାବେ ମଦ କାରବାର କରୁଥିବା ଜଣଙ୍କ ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୪୬ ଲିଟର ବିୟର ଏବଂ ୮.୫୯୫ ଲିଟର ବିଦେଶୀ ମଦ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି।