ଖଲ୍ଲିକୋଟ୍: ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅତିରିକ୍ତ ବିଡ଼ିଓଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ବିବାହ ପଞ୍ଜିକରଣ ନିମନ୍ତେ ହିତାଧିକାରୀଙ୍କ ଠାରୁ ଟଙ୍କା ନେବା ସହ ହିତାଧିକାରୀଙ୍କ କାମ କରୁନଥିବା ଅଭିଯୋଗ କରି ଆଜି ଦିନ ପ୍ରାୟ ୧୨ ଟା ସମୟରେ ଶହ ଶହ ହିତାଧିକାରୀଙ୍କୁ ନେଇ ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ରାଷ୍ଟ୍ରୀୟ ମଜଦୁର ସଂଘ ସଭାପତି ଭୋକାଲି ସେଠୀଙ୍କ ନେତୃତ୍ୱରେ ଶହ ଶହ ମହିଳା ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ ।