ଖଲ୍ଲିକୋଟ୍: ଖୋଜାପଲ୍ଲୀ ଗ୍ରାମର ଏକ ଘର ଭିତରୁ ୨ ଫୁଟ ଲମ୍ବର ବଜ୍ରକାପ୍ତା ଉଦ୍ଧାର
ଖୋଜାପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘରେ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଏକ ୨ ଫୁଟ ଲମ୍ବର ବଜ୍ରକାପ୍ତା ଜଙ୍ଗଲ ରୁ ଆସି ଘରେ ପଶି ଯାଇଥିଲା । ଏହା ଦେଖି ପରିବାର ଲୋକେ ଭୟଭୀତ ହେବା ସହ ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଖଲ୍ଲିକୋଟ ବନ ବିଭାଗ କର୍ମଚାରୀ ପହଞ୍ଚି ଖୋଜାପଲ୍ଲୀ ବିଟ୍ ପୋଲିସ ଉପସ୍ଥିତିରେ ବଜ୍ରକାପ୍ତା ଟିକୁ ଉଦ୍ଧାର କରି ଖଲ୍ଲିକୋଟ ବନାଞ୍ଚଳ କାର୍ଯ୍ୟାଳୟ କୁ ନେଇ ଯାଇଥିଲେ । ପରେ ଆଜି ଭୋର ପ୍ରାୟ ୪ ଟା ସମୟରେ ଖଲ୍ଲିକୋଟ ବନାଞ୍ଚଳ ର ଏକ ସୁରକ୍ଷିତ ସ୍ଥାନରେ ଛଡ଼ା ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।