ଜୟପୁର: ଜୟପୁର ସଦର ଥାନା ଉମୁରୀ ପଞ୍ଚାୟତ ଅନ୍ତର୍ଗତ ମକାପୁଟ ଗ୍ରାମର ଏକ ଗଛନିକଟରେ ଏକ ପାଗଳ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ
ଜୟପୁର ସଦର ଥାନା ଉମୁରୀ ପଞ୍ଚାୟତ ଅନ୍ତର୍ଗତ ମକାପୁଟ ଗ୍ରାମର ଏକ ଗଛନିକଟରେ ଏକ ପାଗଳ ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ନେଇ ଆଜି ରାତ୍ର 8ଟାରେ ଗଣ ମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମକାପୁଟ ଅଞ୍ଚଳର ତ୍ରିଲୋଚନ ପୂଜାରୀ ତାଙ୍କ ସାନଭାଇ ଟଙ୍କଧର ପୂଜାରୀ ବୁଧବାର ଦିନ ତାଙ୍କ ଗାଁ ନିକଟସ୍ଥ ଏକ ନିମଗଛ ନିକଟରେ ମରି ମଡିଥିବା ଦେଖିବାକୁ ପାଇଲେ। ସେଠାରୁ ସେ ମର ଶରିର ଗ୍ରାମକୁ ଆଣିବା ପରେ ସଦରଥାନାରେ ଏକ ଏତଲା ଦେଇଥିଲେ।