ସୁକିନ୍ଦା: ଚିରିଗୁଣିଆ ରାସ୍ତାରେ ଟ୍ରକ୍ ଦୁର୍ଘଟଣାରେ ସ୍ଥାନୀୟ ଯୁବକ ଗୁରୁତର,କଟକ ସ୍ଥାନାନ୍ତର
ଚିରିଗୁଣିଆ ବାସିନ୍ଦା 23 ବର୍ଷୀୟ ଯୁବକ ଭରତ ମାଝୀ ଘର ପାଖ ରାସ୍ତା କଡ଼ରେ ବସିଥିବା ବେଳେ ଏକ ଟ୍ରକ୍ ଦୃତ ଗତିରେ ଆସି ତାଙ୍କ ଡ଼ାହାଣ ପାର୍ଶ୍ୱ ଗୋଡ ଓ ଅଣ୍ଟାରେ ଚଢ଼ି ଯାଇଥିଲା । ଫଳରେ ଯୁବକ ଭରତ ମାଝୀ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ମଙ୍ଗଳବାର ରାତି 12 ଘଟିକା ସମୟରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।