ଯଶିପୁର: ଠାକୁରମୁଣ୍ଡା ଥାନାର ବିଭିନ୍ନ ସ୍ଥାନରେ ବେଆଇନ ବାଲି ଚୋରା ଚାଲାଣ ବେଳେ ଖଣି ବିଭାଗ ଓ ପୋଲିସର ମିଳିତ ଚଢ଼ାଉ
ଗତ ବିଳମ୍ବିତ ରାତିରେ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଖଣି ବିଭାଗ ଓ ଠାକୁରମୁଣ୍ଡା ପୋଲିସ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ବେଳେ କରଞ୍ଜିଆ-ଆନନ୍ଦପୁର ରୋଡ଼ ଯୋଡାମ୍ବ ଛକରେ ୩ ଟି, ତରାମରା ଛକରେ ୨ଟି ଓ ଠାକୁରମୁଣ୍ଡା ବଜାର ନିକଟରୁ ଗୋଟିଏ ବେଆଇନ ବାଲି ବୋଝେଇ ହାଇୱା ଗାଡି ସହ ଜଣେ ଡ୍ରାଇଭରକୁ ଧରିବାରେ ସଫଳ ହୋଇଥିବା ବେଳେ ପୋଲିସକୁ ଦେଖି ବାଲି ମାଫିଆ ଓ ଅନ୍ୟ ଡ୍ରାଇଭରମାନେ ଚମ୍ପଟ ମାରିଛନ୍ତି, ସମସ୍ତ ବାଲି ବୋଝେଇ ହାଇୱା ଗାଡି ଗୁଡିକୁ ଥାନାକୁ ଆଣି ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି ଠାକୁରମୁଣ୍ଡା ପୋଲିସ। ଏନେଇ ବୁଧବାର ସକାଳ ୯ ଟା ସୂଚନା ମିଳିଛି।