ରାଇରଙ୍ଗପୁର ସହର: ହାଟବାଦଡ଼ା ଠାରୁ ବିପୁଳ ପରିମାଣରେ ବେଆଇନ ବାଣ ଜବତ; ଜଣେ ଅଟକ
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ପୋଲିସ ଟିମ ଦ୍ଵାରା ଚଢାଉ କରାଯାଇ ହାଟବାଦଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ବେଆଇନ ବାଣ ଜବତ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଜଣକୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ପୋଲିସ। ଏନେଇ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ପୋଲିସ ବିଭାଗ ପକ୍ଷରୁ ସୋସିଆଲ ମିଡିଆ X ଯୋଗେ ସୂଚନା ପ୍ରଦାନ କରାଯାଇଛି।