ଦେବଗଡ: ବଡଛାପଲ ଗ୍ରାମରେ ଜିଲ୍ଲା ସ୍ତରୀୟ ଜୟ ମା’ ଦୁର୍ଗା ଫୁଟବଲ ପ୍ରତିଯୋଗିତା ଉଦଯାପିତ, ବାମଣ୍ଡା ଅଗ୍ରଗତି କ୍ଲବ ଚମ୍ପିୟାନ
ତିଲେଇବଣି ବ୍ଲକ ବଡଛାପଲ ଗ୍ରାମରେ ଜୟ ମା’ ଦୁର୍ଗା କ୍ଲବ ଆନୁକୂଲ୍ୟରେ ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଜୟ ମା’ ଦୁର୍ଗା ଫୁଟବଲ ପ୍ରତିଯୋଗିତା ଆଜି ସନ୍ଧ୍ୟା ୬ ଟାରେ ଉଦଯାପିତ ହୋଇଯାଇଛି ।ଆଜିର ଫାଇନାଲ ମ୍ୟାଚରେ ଚାଖୁଣ୍ଡାପାଲ ଦୋସ୍ତି ବ୍ରଦର୍ସ ଫୁଟବଲ ଦଳକୁ ୧-୦ ଗୋଲରେ ପରାସ୍ତ କରି କୁଣ୍ଡାପିଠାର ବାମଣ୍ଡା ଅଗ୍ରଗତି କ୍ଲବ ଚମ୍ପିୟାନ ହୋଇଛି ।ଫାଇନାଲ ମ୍ୟାଚକୁ ରେଫରୀ ଭାବେ ସରୋଜ ଗଡନାୟକ, ବିପିନ ବିହାରୀ ପାତ୍ର, କ୍ରୀଷ୍ଣା ନାଏକ, ବାପୁନି ସାହୁ ଓ ଜନସନ ସ୍ୱାଇଁ ପରିଚାଳନା କରିଥିବା ବେଳେ ଫକୀର ମୋହନ ଦଳବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ