ଲାଞ୍ଜିଗଡ: ଥୁଆମୁଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଆନେମିଆ ଓ ଅପପୁଷ୍ଟି ମୁକ୍ତ ତାଲିମ ଅନୁଷ୍ଠିତ ।
ଗୁରୁବାର ଦିନ ୧୧ଟା ବେଳେ ଥୁଆମୂଳ ରାମପୁର ବ୍ଳକ ସଭାଗୃହ ପ୍ରକୋଷ୍ଠରେ ତ୍ରି-ଦିବସୀୟ ଆମେନିଆ ଓ ଅପପୁଷ୍ଟି ମୁକ୍ତ ନିମନ୍ତେ ତାଲିମ ଉଦଘାଟିତ ହୋଇ ଯାଇଛି। ଏହି ଅବସରରେ ଜି ପି ଓ ଶ୍ରୀ ବାଲେଶ୍ବର ନାଏକଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ତାଲିମ ଦାତା ଶ୍ରୀ ଶଙ୍କର କର ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ଶିବିର ରେ ଥୁଆମୂଳ ରାମପୁର ବ୍ଲକର ସରପଞ୍ଚ, ନାଏବ ସରପଞ୍ଚ, ଆଶା, ଅଙ୍ଗନୱାଡି କର୍ମୀ, ଏ ଏନ୍ ଏମ୍,ଏମ୍ ବି କେ,ସିଆରପି, ପିଇଓ, ଏଡିଇଓ ଏବଂ ଜିଆରଏସ ମାନେ ପର୍ଯ୍ଯାୟକ୍ରମେ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିବେ ।