କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ପୁନର୍ଗଠନ
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆନୁକୂଲ୍ୟରେ ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ପୁନର୍ଗଠନ ବେଗୁନିଆପଡା ସ୍ଥିତି ଜନତା ନୋଡାଲ ହାଇସ୍କୁଲ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ସାରଥୀ ପାତ୍ର ଉକ୍ତ ବୈଠକ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସଂଯୋଜକ ଦେବବ୍ରତ ପଟ୍ଟନାୟକ, ପୁରୁଷୋତ୍ତମପୁର ବ୍ଲକ ସଂଘ ସଭାପତି ବିଜୟ ବେହେରା, ବୁଗୁଡ଼ା ବ୍ଲକ ସଂଘ ସଭାପତି ମନୋରଞ୍ଜନ ଦାସ, ଦିଗପହଣ୍ଡି ବ୍ଲକ ସଂଘ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଗୌଡ଼ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ ।