ଚାରମାଳ: ଚାରମାଳ ଥାନା ନୁଆପଡା ଠାରେ ଡିଭାଇଡରରେ ପିଟିହେଲା କାର , ମହିଳା ମୃତ ୨ ଜଣ ଗୁରୁତର
ଚାରମାଳ ଥାନା ନୁଆପଡା ଠାରେ ଡିଭାଇଡରରେ ପିଟିହେଲା କାର , ମହିଳା ମୃତ ୨ ଜଣ ଗୁରୁତର ।ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ନୁଆପଡା ଠାରେ ମଙ୍ଗଳବାର ଅପରାହ୍ନରେ କାର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଜଣକ ହେଲେ ଭୁବନେଶ୍ୱର ଘଟିକିଆ ଅଞ୍ଚଳର ମିନାକ୍ଷୀ ବେହେରା ଓ ଗୁରୁତର ମାନେ ହେଲେ ଶ୍ରୀଜିତ ଶଙ୍କର ବେହେରା ଓ ତାଙ୍କ ମା ସବିତା ବେହେରା । ସୂଚନାଯୋଗ୍ୟ ଯେ ସମ୍ବଲପୁର ବ୍ୟାଙ୍କ ଅଫ ଇଣ୍ଡିଆର ସମ୍ବଲପୁର ଅଞ୍ଚଳର ରେଜିଓନାଲ ମ୍ୟାନେଜର ଶ୍ରୀଜିତ ଶଙ୍କର ବେହେରା ତାଙ୍କ ସ୍ତ୍ରୀ ମୀନାକ୍ଷୀ ବେହେରା