ସୁକିନ୍ଦା: ହରିପୁର ଯିବା ରାସ୍ତାରେ ଅଜଣା ଗାଡ଼ି ଦୁର୍ଘଟଣାରେ ବାଇକ ଆରୋହି ତିନିଜଣ ଗୁରୁତର
Sukinda, Jajpur | Oct 22, 2025 ହରିପୁର ଯିବା ରାସ୍ତାରେ ଅଜଣା ଗାଡ଼ି ଦୁର୍ଘଟଣାରେ ବାଇକ ଆରୋହି ରାଜଗୋଲା ବାସିନ୍ଦା ସନ୍ତୋଷ କୁମାର ପ୍ରଧାନ , ଜେନାପୁର ବାସିନ୍ଦା କ୍ଷୀରୋଦ ଜେନା ଓ ଅତ୍ତା ବାସିନ୍ଦା ଦିପୁ ମଲ୍ଲିକ ଗୁରୁତର ହୋଇଯାଇଥିଲେ । ଦୁର୍ଘଟଣାଗ୍ରସ୍ତ ତିନିଜଣ ଯୁବକଙ୍କୁ ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବୁଧବାର ସନ୍ଧ୍ୟା 6 :30 ମିନିଟ ସମୟରେ ଦେଖିବାକୁ ମିଳିଛି ।