ବ୍ରହ୍ମପୁରର ଏକ ଘରୋଇ ବ୍ଯାଙ୍କ କର୍ମଚାରୀ ମଞ୍ଜୁଲତା ପ୍ରଧାନଙ୍କ ୭ ଲକ୍ଷ ୭୦ ହଜାର ଟଙ୍କା ସାଇବର ଠକେଇ ହୋଇଥିଲା। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ମଂଗଳବାର ଅପରାହ୍ନରେ ସମୟରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ସାଇବର ଠକଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଏହି ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି।