ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇନଫିନିଟି ମଲ ଠାରେ ଜଣେ ଯୁବତୀ ସେଠିକାର କର୍ମଚାରୀ ମାନଙ୍କୁ ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି ଏବଂ ଏହାର ଭିଡିଓ ଆଜି ରାତି ନଅଟା ସମୟରୁ ଭାଇରାଲ ହେବାରେ ଲାଗିଛି। ତେବେ ଭିଡ଼ିଓଟି ଭାଇରାଲ ହେଉଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ଏବଂ ଭିଡିଓ ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କ ମଧ୍ୟ ପରିଚୟ ମିଳିନାହିଁ। ଯୁବତୀ ଜଣକ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭାଇରାଲ ଭିଡିଓ ରେ ଜଣାପଡୁଛି କିନ୍ତୁ କେଉଁ କାରଣରୁ ଯୁବତୀ ଜଣକ ଉତ୍କ୍ଷିତ୍ତ ହୋଇ ଗାଳିଗୁଲଜ କରିବା ସହିତ ଅପବ୍ୟବହାର କଲେ ତାହା ସ୍ୱଷ୍ଟ ଭାବରେ