ବଲାଙ୍ଗୀର ଜିଲ୍ଲା ରୁସୁଡା ଗାଁରେ ପରମ୍ପରାନୁସାରେ ମା ପାଚେରଘାଟ ଯାତ୍ରା ଭକ୍ତି ଓ ଉତ୍ସାହର ସହିତ ଆଜି ଅପରାହ୍ନ ୪ଟା ସମୟରେ ସମ୍ପନ୍ନ ହୋଇଯାଇଛି। ଏହି ଯାତ୍ରାରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ସହ ଦୂରଦୂରାନ୍ତରୁ ଲୋକେ ମାଙ୍କ ଦର୍ଶନ ପାଇଁ ଆସିଥିଲେ। ଭୋର ସକାଳୁ ପାରମ୍ପରିକ ନୀତିକାନ୍ତି, ପୂଜାର୍ଚ୍ଚନା ଓ ବିଶେଷ ରୀତିନୀତି ଆରମ୍ଭ ହୋଇଥିଲା। ମା ପାଚେରଘାଟ ଦେବୀ କଳସୀ ଆସି ବରୁଆ ଦେହରେ ଆବିର୍ଭାବ ହୋଇ ଗ୍ରାମ ପରିଦର୍ଶନ କରି ଭକ୍ତଙ୍କ ହାରିଗୁହାରି ଶୁଣିଥିଲେ। ଢୋଳ, ନିଶାନ ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଉଠିଥିଲା।