ବରଗଡ: ବରଗଡ଼ ବିଧାୟକ ଭୁବନେଶ୍ୱରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିମନ୍ତ୍ରଣ
ଶୁକ୍ରବାର ଅପରାହ୍ନ ୨ ଘଣ୍ଟା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ଯୋଗଦେବା ପାଇଁ ନିମନ୍ତ୍ରଣ କଲେ ବରଗଡ଼ର ବିଧାୟକ ଓ କମିଟି ସଦସ୍ୟ | ୭୮ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ,ଜିଲ୍ଲା ସଭାପତି ଅରୂପା ସାହୁ,ଧନୁଯାତ୍ରା ମହୋତ୍ସବ କମିଟିର ସମ୍ପାଦକ ସୁରେଶ୍ୱର ଶତପଥୀ ଭୁବନେଶ୍ୱର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି ।