ପୁରୀ ମ୍ୟୁନିସିପାଲଟି: ପୁରୀ ବେଳାଭୁମି ନିକଟ ବଳିଆପଣ୍ଡା ରୋଡ଼ ରେ ହୋଟେଲ ଆଗରେ ମୋଟା ଅଙ୍କର ପାର୍କିଂ ଫିସ ଆଦାୟ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l
Puri M, Puri | Sep 16, 2025 ପୁରୀ ବେଳାଭୁମି ନିକଟ ବଳିଆପଣ୍ଡା ରୋଡ଼ ରେ ହୋଟେଲ ଆଗରେ ମୋଟା ଅଙ୍କର ପାର୍କିଂ ଫିସ ଆଦାୟ ।ନିଜକୁ ମୁନିସିପାଲିଟି କର୍ମଚାରୀର ପରିଚୟ ଦେଇ କରୁଥିଲେ ପାର୍କିଂ ଫିସ ଆଦାୟ ।କାର ପାର୍କିଂ ଫିସ ବାବଦକୁ ୧୫୦ ଟଙ୍କା ଜୋରଜବରଦସ୍ତ ମାଗୁଥିଲେ ଯୁବକ ।ବିରୋଧ କରିବାରୁ ସେଠାରୁ ଖସି ପଳାଇଥିଲେ।ପର୍ଯ୍ୟଟକଙ୍କ ସହ ପାଟିତୁଣ୍ଡ ହେବାପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ କରିଛି ।ଘଟଣା ପରେ ପାର୍କିଂ ଫିସ ମାଗୁଥିବା ଯୁବକ ଜଣଙ୍କ ଫେରାର ହୋଇଯାଇଥିବାସୂଚନା ମିଳିଛି ।