ଉଦଳା ଠାରେ କପ୍ତିପଦା ଉପଖଣ୍ଡ ସ୍ତରୀୟ ମହୋତ୍ସବ ଧୁମୂସା ୨୦୨୫ ର ଆଜି ଅର୍ଥାତ ଶନିବାର ୭ମ ସଂଧ୍ୟାରେ ଅତିଥି ଭାବେ ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମଂଚାସୀନ ହୋଇଥିଲେ। ତେବେ ଆଜିର ସନ୍ଧ୍ୟାରେ ପ୍ରଥମେ କପ୍ତିପଦା ବ୍ଲକର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ମେଲୋଡି ସୋ ରେ ଦର୍ଶକ ଝୁମିଥିବା ନେଇ ଜଣାପଡିଛି।