ବଲାଙ୍ଗିର ଜିଲ୍ଲାପାଳ ଆଜି ଲୋଇସିଂହା ବ୍ଲକର ପଣ୍ଡାରାଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଟେନପାଲି ଗ୍ରାମ ପରିଦର୍ଶନ କରି, ସିଂହ ବାହିନୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ମହାଲିଙ୍ଗ କଟାର ୨ ହେକ୍ଟର ଅଞ୍ଚଳରେ ଚାଲୁଥିବା ମାଛ ଚାଷ ପ୍ରକଳ୍ପକୁ ଅବଲୋକନ କରିଥିଲେ। ମହିଳାମାନଙ୍କ ସମୂହ ଭିତ୍ତିକ ଉଦ୍ୟମ, ସ୍ୱାବଲମ୍ବନ ଗଢ଼ିଉଠିବା ପ୍ରଚେଷ୍ଟା ଓ ଗ୍ରାମୀଣ ଅର୍ଥନୀତିକୁ ବଳବତ୍ତ କରିବାର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ମାଛ ଚାଷର ଅଧିକ ବିସ୍ତାର, ବଜାର ଯୋଗାଣ ବ୍ୟବସ୍ଥା ଓ ଟେ ହ୍ନିକାଲ ସହାୟତା ଯୋଗାଣ ପାଇଁ ପ୍ରଶାସନ ତରଫରୁ ପୂର୍ଣ୍ଣ ସହଯୋଗ ରହିବ ବୋଲି ଆଶ୍ୱାସନ ଦେଲେ।