ରବିବାର ଦିନ ରାଜ୍ୟବ୍ୟାପୀ ୪୯୧ଟି ନୂଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେହିପରି ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ଏକକାଳୀନ ପ୍ରଥମ କିସ୍ତି ମଧ୍ୟ ବଣ୍ଟନ କରାଯାଇଛି। ଏହି ଅବସରରେ ଆଜି ଦିନ ପ୍ରାୟ ୧୨ଟାରେ ବହଳଦା ବ୍ଲକ ପରିସରରେ ବିଡିଓ ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।