ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ପକ୍ଷରୁ ଛଟେଇ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ଶୁକ୍ରବାର ଦିନ ଓଡ଼ିଶା ଖଣି ନିଗମ(ଓଏମ୍ସି) କ୍ରୋମଜୋନ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଓ ଆନ୍ଦୋଳନ ଶୁକ୍ରବାର ଦିବା 10 ଘଟିକା ସମୟରୁ ଆରମ୍ଭ ହୋଇ ଏବେ ପର୍ୟ୍ୟନ୍ତ ଜାରିରହିଥିବା ଦେଖିବାକୁ ମିଳିଛି । ଏହି ଖଣିର ଡି’କ୍ବାରିରେ ଗତ ଫେବ୍ରୁଆରି ମାସରୁ ଛଟେଇ ହୋଇଥିବା ୨୫୬ ଜଣ ଠିକା ଶ୍ରମିକଙ୍କୁ ଉକ୍ତ ଖଣିରେ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନକାରୀ ଅଡ଼ି ବସିଛନ୍ତି ।