ଆଜି ଅପରାହ୍ନ ୫ଟାରେ ସହର ଉପକଣ୍ଠ ଏ ବି ଏ କଲେଜ ସମ୍ମିଳନୀ କକ୍ଷରେ ଏ ବି ଏ କଲେଜ ଓ ମିଳିତ ନିଶା ନିବାରଣ ଅଭିଯାନ, ମନା ବାଲେଶ୍ଵର ର ମିଳିତ ସହଯୋଗରେ ନିଶା ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମନା ର ସଭାପତି ପ୍ରଭାକର ସାହୁ ସଭାରେ ଅଧ୍ୟକ୍ଷତା କରିଥିଲେ।ଏହି କାର୍ଯ୍ୟକ୍ରମରେ କଲେଜ ର ନିର୍ଦେଶକ ଡ କମଳା କାନ୍ତ ଆଚାର୍ଯ୍ୟ,କଲେଜ ର ଅଧ୍ୟକ୍ଷା ସଙ୍ଗୀତା ମହାନ୍ତି,ମନା ର ସାଧାରଣ ସମ୍ପାଦିକା ମମତା ମହାପାତ୍ର,ଉପଦେଷ୍ଟା ସୁବ୍ରତ କର ପ୍ରମୁଖ ଯୋଗ ଦେଇ ନିଶା ନିବାରଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।