କନ୍ଧରା ଗ୍ରାମରେ ପାଚିଲା ଧାନଖରି ଖାଇଦେଲେ ହାତୀପଲ ରେଢ଼ାଖୋଲ ବନ୍ୟପ୍ରାଣୀ ବନଖଣ୍ଡ ବଡବାହାଳ ରେଞ୍ଜ ଅନ୍ତର୍ଗତ କଦଳୀଗଡ ସେକ୍ସନରେ ଜାରି ରହିଥିବା ହାତୀ ଉପଦ୍ରବରେ ଜଣେ ଚାଷୀଙ୍କ ଧାନଖରି ସମୂଳେ ସଫା ହୋଇ ଯାଇଥିବା ଅଭିଯୋଗ ହୋଇଛି। ସୁଚନା ଅନୁଯାଇ କନ୍ଧରା ଗ୍ରାମର ରଘୁନାଥ କର୍ମୀଙ୍କ ନିକଟସ୍ଥ ବିନାକାରିଆ ନାଳିରେ ଥିବା ଧାନକ୍ଷେତରେ ପାଚିଲା ଧାନ ସବୁକୁ କିଛିଦିନ ପୂର୍ବରୁ ବାର୍ହାପଲ ନଷ୍ଟ କରୁଥିଲେ।ଏହା ଦେଖି ରଘୁନାଥ ଯାହା ଧାନ ଫସଲ ବଞ୍ଚିଥିଲା ସେଥିରୁ କିଛି ଅମଳ ହେବା ଆଶା ନେଇ ଏଣେତେଣେ ପଡିଥିବା ଧାନ ସବୁକୁ ସାଉଁଟି ଜମି ମୁଣ୍ଡରେ ଗଦା କରି ରଖିଥିଲେ।