ଲକ୍ଷ୍ମୀପୁର: କୁଟୁଣିପଦରରେ ପରବ ମହୋତ୍ସବ ପୂର୍ବରୁ ପ୍ରସ୍ତୁତି ଦେଖିଲେ ବ୍ଲକ ଚେୟାରମ୍ୟାନଙ୍କ ସହ ପୂର୍ବତନ ବିଧାୟକ
ରାତି ପାହିଲେ ଶୁଭାରମ୍ଭ ହେବ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ। ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ ଏଥର ଲକ୍ଷ୍ମୀପୁର ବ୍ଲକର କୁଟୁଣିପଦରରୁ ଶୁଭାରମ୍ଭ ହେବ। ଆସନ୍ତା କାଲି ଏହାର ଶୁଭାରମ୍ଭ ହେବ। ଏ ନେଇ ଆଜି ସଂଧ୍ଯା ୫ଟା ସମୟରେ ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକର କୁଟୁଣିପଦରରେ ପହଞ୍ଚି ପରବ ପ୍ରସ୍ତୁତି ଦେଖିଛନ୍ତି ଲକ୍ଷ୍ମୀପୁର ବ୍ଲକ ଚେୟାରମ୍ୟାନ ସ୍ବାଇ କୁଲେସିକା, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ପ୍ରଫୁଲ ପାଙ୍ଗି ଦ୍ରୋଣ ଖୋସଲା ପ୍ରମୁଖ।