ନଟରାଜ କଲା ପରିଷଦ ତରରୁ କୋଶଳ କଲା ମଣ୍ଡପ ରେ ପରିବେଷଣ ହେଲା ନାଟକ “ଯାଦୁଗର”। ନାଟକ ଆରମ୍ଭ ହେବା ସହିତ ଦର୍ଶକମାନେ ଶାନ୍ତିରେ ବସି ମଞ୍ଚକୁ ନିହାରିବାକୁ ଲାଗିଲେ। କଳାକାରଙ୍କ ଅଭିନୟ ଏତେ ସୁନ୍ଦର ଥିଲା ଯେ ଦର୍ଶକ ମନକୁ ଛୁଇଁଗଲା। ନାଟକ ଦେଖି ଜଣେ କଳାକାର କହିଲେ— “ଯାଦୁଗର ନିଜ ନାମ ପରି ସତ୍ୟରେ ଯାଦୁ ଦେଖାଇଲା।” ସ୍ଥାନୀୟ ଦର୍ଶକମାନେ ମଧ୍ୟ ପ୍ରଶଂସା କରି କହିଲେଏଭଳି ନାଟକ ଆମ ବଲାଙ୍ଗିରରେ ଆଉ ହେଉ।” ଆଜିର ପରିବେଷଣ ମହୋତ୍ସବରେ ଏକ ସୁନ୍ଦର ସ୍ମୃତି ଯୋଗାଇଗଲା।