ଜୟପୁର: ଦୀପାବଳି ଅବସରରେ ଅଗ୍ନିଶମ କେନ୍ଦ୍ର ଜୟପୁର ଠାରେ ସଚେତନତା କାର୍ୟକ୍ରମ ଏନେଇ ପୌର ଅଧ୍ୟକ୍ଷ କଣ କହୁଛନ୍ତି ଶୁଣନ୍ତୁ
ଦୀପାବଳି ପର୍ବ ଉପଲକ୍ଷେ ଜନସାଧାରଣଙ୍କ ମଧ୍ୟରେ ଅଗ୍ନି ଜନିତ ଦୁର୍ଘଟଣା ବାରଣ ଓ ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ଜୟପୁର ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିଶେଷ ସଚେତନତା କାର୍ୟକ୍ରମ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଆୟୋଜନ କରାଯାଇଛି। କାର୍ୟକ୍ରମରେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ସୁରେଶ ଚନ୍ଦ୍ର ବାରିକ ସଚେତନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, କଉନସିଲର ବିଷ୍ଣୁ ବଦ୍ଧନ ରେଡ଼ି, ଯଶ ପାଲ ସିଂ ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l