ବାରିପଦାର ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି - ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନ ପ୍ରାୟ ୪ଟାରେ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ କୋଲକାତାର ଏଲ ଆର ଏସ ଟିମ ୬ ଉଇକେଟରେ ରାଉରକେଲା ଟିମକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ପୁରସ୍କାର ସ୍ୱରୂପ ଚମ୍ପିୟାନ ଦଳକୁ ୧ ଲକ୍ଷ ପ୍ରୋତ୍ସାହନ ରାଶି ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୮୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା I