ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମରେ ଧୁମଧାମରେ ପାଳିତ ହେଲା ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ଶୀତୁଆ ରାତି ସତ୍ତ୍ୱେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ମହୋତ୍ସବ ମାହୋଲ ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହଲିଙ୍ଗ ଯୋଗଦେଇ ଅଞ୍ଚଳର ସମଗ୍ର ବିକାଶ ନେଇ ମତ ପ୍ରକାଶ କରିଥିଲେ। ସେହିପରି ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସଙ୍କ ଉପସ୍ଥିତି ମହୋତ୍ସବକୁ ଆଉ ଆକର୍ଷଣୀୟ କରିଥିଲା। ଧର୍ମ, ସଂସ୍କୃତି ଓ ଲୋକପରମ୍ପରାର ସମନ୍ୱୟ ଭାବେ ଧନୁଯାତ୍ରା ମହୋତ୍ସବ ସମସ୍ତଙ୍କ ମନ ଜିଣି ନେଇ ଥିଲା