ଗତ ରାତିରେ ବାରିପଦା ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ଛକ ନିକଟରେ କାର ଓ ବାଇକ ମୁଁହାମୁହିଁ ଧକ୍କା ହୋଇ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଘଟଣା। ତେବେ ମୃତକଙ୍କ ପରିଚୟ ଶନିବାର ଦିନ ପ୍ରାୟ ୧୦ ଟାରେ ମିଳିଛି। ମୃତ ବାଇକ ଚାଳକ ଜଣକ ହେଉଛନ୍ତି ବାରିପଦା ସହର ବିଜୟରାମଚନ୍ଦ୍ର ଅଞ୍ଚଳର ବାସିନ୍ଦା ଅଶୋକ ଘୋଷ ବୋଲି ଜଣାପଡିଛି।