ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମ କୁମୁଲିପୁଟ ଠାରେ ଜଣେ ଚାଷୀ ବିଷପାନ କରି ଆତ୍ମହତ୍ୟା
ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମ କୁମୁଲିପୁଟ ଠାରେ ଜଣେ ଚାଷୀ ବିଷପାନ କରି ଆତ୍ମହତ୍ୟା ହୋଇଛି l ଆଜି ସଂନ୍ଧ୍ୟା 6ଟାରେ ସଦର ଥାନା ଅଧିକାରୀ ଗଣ ମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି l ଗତକାଲି କୁମୁଲିପୁଟ ଗ୍ରାମର ବାସିନ୍ଦା ତଥା ଚାଷୀ ହରି ଗୌଡ ନିଜ ଜମିରେ ଚାଷ କାର୍ଯ୍ୟକୁ ଶେଷ କରିବା ପରେ ଫେରିଥିଲେ । ଶୋଇଥିଲେ କିନ୍ତୁ ତାଙ୍କ ପାଟିରୁ ଫେଣ ବାହାରୁଥିବା ଏବଂ ଚେତାଶୂନ୍ୟ ହୋଇଯାଇଥିବା ନେଇ ସ୍ତ୍ରୀ ତିଳତ୍ତୋମା ଗୌଡ ଦେଖିବା ପରେ ପରିବାର ସଦସ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଇ ଥିଲା । କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଥିଲା ।