ପିୟୁସି ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ । ସରକାରଙ୍କ ଏହି ଘୋଷଣା ପରେ ହଇରାଣରୁ ବର୍ତ୍ତିବା ପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକ ଭିଡ଼ କରୁଛନ୍ତି । ବୁଧବାର ମଧ୍ୟାହ୍ନରେ ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର କଲେଜ ନିକଟ ଜାତୀୟ ରାଜପଥ ପାର୍ଶ୍ଵରେ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଘଣ୍ଟା ଘଣ୍ଟା ଧାଡି ରେ ଲୋକମାନେ ରହି ନିଜ ନିଜ ଗାଡି ର ପିୟୁସି ସାର୍ଟିଫିକେଟ ନିମନ୍ତେ ଜଗି ରହିଥିବା ଦେଖିବାକୁ ମିଳିଛି।